• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜିଲ୍ଲା ଯୋଗାଣ ବିଭାଗ ଓ ନିଗମ ମୁଖ୍ୟତଃ ରାଜ୍ୟର ଜନସାଧାରଣଙ୍କ ଉନ୍ନତିକୁ ସୁନିଶ୍ଚିତ କରିବା ପାଇଁ ଏକ ସାଧାରଣ ବଣ୍ଟନ ନେଟୱର୍କ ମାଧ୍ୟମରେ ପ୍ରୟାସ ଜାରି ରଖିଛି. ଜିଲ୍ଲାରେ ଏହି କାର୍ଯ୍ୟାଳୟ ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି ଖାଦ୍ୟର ସୁରକ୍ଷା ଓ ଗୁଣବତ୍ତା ରକ୍ଷା କରିବା ପାଇଁ ବିଭିନ୍ନ କାର୍ଯ୍ୟ କରୁଛି. ଏପରିକି ଏହି ବିଭାଗ ଧାନ ସଂଗ୍ରହ ବ୍ୟବସ୍ତା ଜରିଆରେ ଚାଷୀଙ୍କ ବଳକା ଧାନକୁ ରକ୍ଷା କରିବା ପାଇଁ ସେମାନଙ୍କୁ ଧାନର ନ୍ୟୁନତମ ସହାୟକ ମୂଲ୍ୟ ଦେଇ ସେମାନଙ୍କ ଘର ପାଖରୁ ଧାନ ସଂଗ୍ରହ କରିବା ପାଇଁ ଚେଷ୍ଟା କରୁଛି.

 

ପିଡିଏସ ଚାଉଳ ଯୋଗାଣ ଦାରିଦ୍ର୍ୟ ସୀମା ରେଖା ତଳ, କେବିକେ ଜିଲ୍ଲା ସମୂହ ଓ ଦାରିଦ୍ର୍ୟ ସୀମା ରେଖା ଉପର ସାଧାରଣ ଲୋକଙ୍କ ପାଇଁ ଅଗଷ୍ଟ 2008 ମସିହାରୁ କେବିକେ ଜ଼ିଲ୍ଲା ଗୁଡିକରେ କିଲୋ ପ୍ରତି ଦୁଇ ଟଙ୍କା ଦରରେ ପ୍ରତି ପରିବାରକୁ 25 କିଲୋ ହିସାବରେ ଚାଉଳପ୍ରଦାନ କରାଯାଉଛି. ଅନ୍ତୋଦୟ ଅନ୍ନ ଯୋଜନା ମାଧ୍ୟମରେ 12.645 ଲକ୍ଷ ପରିବାରକୁ କିଲୋ ପ୍ରତି 2 ଟଙ୍କା ଦରରେ ଅଗଷ୍ଟ 2008 ମସିହାରୁ 35 କିଲୋ ଚାଉଳ ଯୋଗାଇ ଦିଆଯାଉଛି. ଅନ୍ନପୂର୍ଣ୍ଣା ଯୋଜନା-ନିରାଶ୍ରୟ ବୃଦ୍ଧବୃଦ୍ଧା ଯେଉଁ ମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଯୋଗ୍ୟ କିନ୍ତୁ ଏହି ଯୋଜନାରେ ଅନ୍ତର୍ଭୂକ୍ତ ହୋଇ ପାରିନାହାନ୍ତି ସେମାନଙ୍କୁ ମାଗଣାରେ 10 କିଲୋ ହିସାବରେ ଏହି ଯୋଜନା ମାଧ୍ୟମରେ ଚାଉଳ ଯୋଗାଇ ଦିଆଯାଉଛି . ଏହି ଯୋଜନାରେ ମୋଟ 64800 ଜଣ ହିତାଧିକାରୀ ଉପକୃତ ହେଉଛନ୍ତି. ରିହାତି ପିଡ଼ିଏସ କିରୋସିନ-ପଡି ପତ୍ର ଥିବା ଧାରକଙ୍କୁ ପ୍ରତି ମାସରେ କାର୍ଡ ପିଛା 4 ଲିଟର ରିହାତି ମୂଲ୍ୟରେ ପିଡ଼ିଏସ କିରୋସିନ ଯୋଗାଇ ଦିଆଯାଉଛି.