ନବରଙ୍ଗପୁର ଜିଲ୍ଲାର କଳା ଓ ସଂସ୍କୃତି ଏକ ପୁରାତନ ପରମ୍ପରା ଯାହାର ପ୍ରାଧାନ୍ୟ ଅବିଭକ୍ତ କୋରାପୁଟ ଜିଲ୍ଲାର ମଧ୍ୟ ଦେଖାଯାଏ. କିଛି ପୁରାତନ ହସ୍ତଶିଳ୍ପ କାରିଗର ବହୁ ସଂଖ୍ୟାରେ ଏବେ ମଧ୍ୟ ନବରଙ୍ଗପୁର ସହର ରେ ବାସ କରନ୍ତି. ସେମାନେ ମୁଖ୍ୟତଃ ବାକ୍ସ, ଖେଳଣା, ଛଡ, ଅଳଙ୍କାର, ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ଓ ଆସ୍ଥାନ, ପୂଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ସାଜସଜ୍ଜା ଅତ୍ୟନ୍ତ ନିଖୁଣ ଭାବେ ତିଆରି କରନ୍ତି ଯାହାକି ହସ୍ତଶିଳ୍ପ କ୍ଷେତ୍ରରେ ଅନନ୍ୟ ବୋଲି ପ୍ରମାଣ ଦିଏ. ଜିଲ୍ଲାର ଡାବୁଗାଁ ଅଂଚଳରେ କାରିଗରଙ୍କ ଦ୍ୱାରା ତିଆରି କରାଯାଉଥିବା ଏକ ଅଦ୍ଵିତୀୟ କୃତି ‘ଧାନ୍ୟ ଲକ୍ଷ୍ମୀ’ (ଦେବୀ ଲକ୍ଷ୍ମୀଙ୍କ ଆସ୍ଥାନ) ଧାନରେ ତିଆରି ହୋଇଥାଏ. ପାପଡାହାଣ୍ଡି ନିକଟବର୍ତ୍ତୀ ତଣ୍ଡା ଗ୍ରାମର ମୃତ୍ତିକା କଳା ଅତ୍ୟନ୍ତ ସୂକ୍ଷ୍ମ କାରୁକାର୍ଯ୍ୟ ବିଶିଷ୍ଟ.

ଏହି ଜିଲ୍ଲାରେ ଭତରା, ଗଣ୍ଡ, କନ୍ଧ, ପରଜା , ଓଡ଼ିଆ, ହିନ୍ଦୀ, ତେଲୁଗୁ ଆଦି ଭାଷା ର ବହୁଳ ବ୍ୟବହାର ହୁଏ. ଏଠିକାର ରିଂଜୋଡି, ଢେମସା, ସାଇଲୋଡ଼ି, ଗୀତକୁଡିଆ, ଘୁମୁରା ଓ ମାଧିଆ ଭଳି ଲୋକନୃତ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ର ସହଉଭୟ ପୁରୁଷ ଓ ମହିଳା ମାନେ ପରିବେଷଣ କରନ୍ତି. ଏହି ଅଂଚଳର କାରିଗର ମାନଙ୍କ ଦ୍ୱାରା ନିର୍ମିତ ଖେଳନା, ବାକ୍ସ, ହିନ୍ଦୁ ଦେବଦେବୀଙ୍କ ଆସ୍ଥାନ ଏବଂ ପୂଜା ସାମଗ୍ରୀ ହସ୍ତଶିଳ୍ପ କ୍ଷେତ୍ରରେ ଅନନ୍ୟ.

ମା ଭଣ୍ଡାରଘରଣୀ ନବରଙ୍ଗପୁର ଅଂଚଳର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ସହର ଓ ଆଖପାଖ ଅଞ୍ଚଳବାସୀ ପୂଜା କରନ୍ତି. ମଙ୍ଗଳବାର ଏବଂ ଶନିବାର ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦେବୀଙ୍କୁ ଦର୍ଶନ କରିଥାନ୍ତି. ଦେବୀ ପେଣ୍ଡ୍ରାଣୀଙ୍କ ଏକ ବିଶାଳ ମନ୍ଦିର ଉମରକୋଟ ସହର ନିକଟରେ ଅବସ୍ଥିତ. ଲୋକ କିମ୍ବଦନ୍ତୀରୁ ସୃଷ୍ଟି ଏହି ଦେବୀଙ୍କ ଉଦ୍ଭବ ନିକଟବର୍ତ୍ତୀ ପେଣ୍ଡ୍ରାହାଣ୍ଡି ନାମକ ଏକ ସ୍ଥାନରୁ ହେଇଛି. ବହୁ ପୁରାତନ କାଳରୁ ଦେବୀ ପେଣ୍ଡ୍ରାଣୀଏହି ଅଂଚଳରେ ପୂଜା ପାଇଁ ଆସୁଛନ୍ତି.