ଉପକ୍ରମ

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଜିଲ୍ଲାବାସୀଙ୍କ ନିୟୋଜନ କ୍ଷମତା ବୃଦ୍ଧି ଦିଗରେ ଅଧିକ ଗୁରୁତ୍ୱ ପ୍ରଦାନ କରେ. ଆଦିବାସୀ ଅଧ୍ୟୁଷିତ ଅଂଚଳ ହେଇଥିବାରୁ, ଶିକ୍ଷା ଏବଂ ସଚେତନତାର ଅଭାବ ନିୟୋଜନ କ୍ଷେତ୍ରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ରୂପାୟନ କରିବା ପାଇଁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ନିଯୁକ୍ତି ମିଶନ, ସଚେତନତା ଶିବିର ଓ ନିଯୁକ୍ତି ମେଳା ଦ୍ୱାରା ସର୍ବଦା ଚେଷ୍ଟିତ. ବର୍ତ୍ତମାନ ଏହା ଦ୍ୱାରା ଓଡିଶା ରାଜ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଏକ ଯୋଜନା କାର୍ଯ୍ୟକାରୀ ସଂସ୍ଥା (PIA-Project Implementation Agency)ଙ୍କୁ ପ୍ରାୟୋଜିତ କରାଯାଇ ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ତାଲିମ ଓ ନିଯୁକ୍ତି ଦିଆଯାଉଛି. ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର କାର୍ଯ୍ୟ ଓ ଉଦ୍ଦେଶ୍ୟ ନିମ୍ନ ରେ ଦିଆଗଲା

ଉଦ୍ଦେଶ୍ୟ

  • ନିଯୁକ୍ତି ଅନ୍ବେଷୀ ମାନଙ୍କୁ ସହାୟତା
  • ନିୟୋଜନ ସମ୍ବନ୍ଧିତ ସୂଚନା ସଂଗ୍ରହ
  • ଧନ୍ଦାମୂଳକ ମାର୍ଗଦର୍ଶନ
  • ନିଯୁକ୍ତି ମିଶନ ମାଧ୍ୟମରେ ଆତ୍ମ-ନିୟୋଜନ

କାର୍ଯ୍ୟ

  • ନିଯୁକ୍ତି ଅନ୍ବେଷୀ ମାନଙ୍କ ନାମ ପଞ୍ଜୀକରଣ
  • ନିଯୁକ୍ତିଦାତା ମାନଙ୍କୁ ସୂଚନା ପ୍ରଦାନ
  • ନିଯୁକ୍ତିଦାତାଙ୍କ ଠାରୁ ବଜାର ନିୟୋଜନ ସୂଚନା ସଂଗ୍ରହ
  • ଆତ୍ମ-ନିୟୋଜନ ଓ ପରାମର୍ଶ ମେଳା ଆୟୋଜନ
  • ସେନା ଓ ପ୍ରତିରକ୍ଷା ବଳ ବିଭାଗରେ ପ୍ରବେଶ ପାଇଁ ପ୍ରାକ-ନିଯୁକ୍ତି ତାଲିମ ଶିବିରର ଆୟୋଜନ
  • ରାଜ୍ୟ ନିଯୁକ୍ତି ମିଶନ ଅନ୍ତର୍ଗତ ଦକ୍ଷତା ବିକାଶ ତାଲିମ ପ୍ରଦାନ

ଧନ୍ଦାମୂଳକ ମାର୍ଗ-ଦର୍ଶନ ଏକକ

ନିଯୁକ୍ତି ଅନ୍ବେଷୀଙ୍କ ଅବଗତି ନିମନ୍ତେ ଖବରକାଗଜ, ନିଯୁକ୍ତି ଖବର ଓ ନିର୍ଦ୍ଦେଶକ ନିଯୁକ୍ତି ବିଭାଗ, ଓଡିଶା, ଭୁବନେଶ୍ୱରଙ୍କ ଦ୍ୱାରା ପ୍ରକାଶିତ ହେଉଥିବା ପ୍ରତିରକ୍ଷା, ସେନାବାହିନୀ ଓ ବାୟୁସେନାରେ ଉପଲବ୍ଧ ଥିବା ଶୁନ୍ୟପଦ ପାଇଁ ବିଜ୍ଞପ୍ତି ଗୁଡିକ ବିଜ୍ଞାପନ ଫଳକ ରେ ପ୍ରଦର୍ଶିତ କରାଯାଏ. ଏହା ବ୍ୟତୀତ ସେନାବାହିନୀ, ବାୟୁସେନା ଓ ନୌସେନା ଦ୍ୱାରା ଅନଉଥିତ ହେଉଥିବା ନିଯୁକ୍ତି ରାଲି ନିମନ୍ତେ ପ୍ରକାଶିତ ହେଉଥିବା ସମସ୍ତ ବିଜ୍ଞାପନ ଗୁଡିକୁ ପଞ୍ଚାୟତ ସ୍ତରରେ ପହଂଚାଇବା ପାଇଁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ପ୍ରେରଣ କରାଯାଏ.

ନିଯୁକ୍ତି ମିଶନ

ସରକାରଙ୍କ ଦ୍ୱାରା ଆତ୍ମ-ନିୟୋଜନ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି